ବୋଲଗଡ଼ରେ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ ମଦମୁକ୍ତ ଓ ନିଶାମୁକ୍ତ ଓଡ଼ିଶା ଦାବିରେ ତ୍ରିରଙ୍ଗା ପଦଯାତ୍ରା
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 2, 202613 views

ଖୋର୍ଦ୍ଧା: ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତିଦୂତ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ବୋଲଗଡ଼ ଖଦି କେନ୍ଦ୍ର ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।ପୂଜ୍ୟପୂଜା ସଂସଦ ତଥା ଗାନ୍ଧୀ ସ୍ମୃତି କମିଟିର ଆନୁକୂଲ୍ୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସର୍ବଧର୍ମ ପ୍ରାର୍ଥନା ସହ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ ଓ ସେବାର ଆଦର୍ଶ ସହ ଶାସ୍ତ୍ରୀଜୀଙ୍କ ସରଳତା ଓ ଦେଶପ୍ରତି ସମର୍ପଣକୁ ସ୍ମରଣ କରାଯାଇଥିଲା।ଏହି ଅବସରରେ ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ଏବଂ ନିଶା ନିବାରଣ ଅଭିଯାନକୁ ସଫଳ କରିବା ଦାବିରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଥିଲା। ଗାନ୍ଧୀ ମଣ୍ଡପଠାରୁ ପଦଯାତ୍ରା ବାହାରି ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯାଇଥିଲା।
ପଦଯାତ୍ରାରେ ଅଂଶଗ୍ରହଣକାରୀମାନେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ଏବଂ ଗାନ୍ଧୀଜୀଙ୍କ ଆଦର୍ଶକୁ ଜନଜୀବନରେ ପ୍ରତିଷ୍ଠିତ କରିବା ନେଇ ସଚେତନତାର ବାର୍ତ୍ତା ଦେଇଥିଲେ।
