ମାର୍ଥାପୁରରେ ହଇଜା ଆତଙ୍କ; ଘଟଣାସ୍ଥଳରେ ବିଡିଓ: ମୃତକଙ୍କ ପରିବାରକୁ ରେଡକ୍ରସ୍ ପକ୍ଷରୁ ଆର୍ଥିକ ସହାୟତା
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 2, 202640 views

ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ହଇଜା ବ୍ୟାପିଥିବା ଖବର ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପାଇ ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ତୁରନ୍ତ ମାର୍ଥାପୁର ଗ୍ରାମରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।
ଗ୍ରାମରେ ରୋଗରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିବା ପରେ ବିଡିଓ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହାସହ ରେଡକ୍ରସ୍ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
ସେହିପରି ଗ୍ରାମରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଲୋକଙ୍କ ପରିବାରକୁ ମଧ୍ୟ ବିଡିଓ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ରୋଗୀମାନଙ୍କ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ନେଇ ସେମାନଙ୍କ ପରିବାର ସହ ଆଲୋଚନା କରିଥିଲେ।
ଏହି ଅବସରରେ ବିଡିଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଗ୍ରାମର ସାମଗ୍ରିକ ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଘଟଣା ପରେ ପ୍ରଶାସନର ତତ୍ପରତା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରକାଶ ପାଇଛି।
