କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କଲେ ସରକାର
Bhubaneswar (ଭୁବନେଶ୍ୱର)Soumyabrata Dala BeheraOctober 1, 202615 views

ଭୁବନେଶ୍ୱର: ରାଜ୍ୟର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ପାଇଁ ଆସିଛି ଖୁସି ଖବର। ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ନିୟମିତ ଘୋଷଣା କରିଛନ୍ତି।
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମିତ ଘୋଷଣା ପରେ ସମ୍ପୃକ୍ତ କନିଷ୍ଠ ଶିକ୍ଷକମାନେ **ଏଲିମେଣ୍ଟାରୀ କ୍ୟାଡରର Level-V(A)**ରେ ସହକାରୀ ଶିକ୍ଷକ ଭାବେ ଅନ୍ତର୍ଭୁକ୍ତ ହେବେ।
ବିଜ୍ଞପ୍ତି ଅନୁସାରେ, ଏହି ଶିକ୍ଷକମାନଙ୍କୁ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ପ୍ରଦାନ କରାଯିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ଦୀର୍ଘଦିନ ଧରି ଅପେକ୍ଷାରତ କନିଷ୍ଠ ଶିକ୍ଷକମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
