--:--:--
-- ---
Srishti News

ଗୌତମୀରେ ବେଆଇନ ମଦ କାରବାର ଉପରେ ଚଢ଼ାଉ ୨୫.୭୦ ଲିଟର ମଦ ଜବତ, ୩ ଗିରଫ

Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 1, 2026137 views
ଗୌତମୀରେ ବେଆଇନ ମଦ କାରବାର ଉପରେ ଚଢ଼ାଉ ୨୫.୭୦ ଲିଟର ମଦ ଜବତ, ୩ ଗିରଫ
ବ୍ରହ୍ମପୁର, ୩୦/୯: ବେଆଇନ ମଦ କାରବାର ଉପରେ ବ୍ରହ୍ମପୁର ସଦର ଥାନା ପୁଲିସ ଚଢ଼ାଉ କରି ୨୫.୭୦ ଲିଟର ବିଭିନ୍ନ ପ୍ରକାରର ମଦ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗୌତମୀ-ଭୁଡୁକି ରାସ୍ତା ପାର୍ଶ୍ୱରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ଏସ୍‌ଆଇ ଜେ.ପି. ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଙ୍ଗଫିସର, ଟୁବର୍ଗ, ବୁଡୱେଜର, ବାକାର୍ଡି ରମ୍‌, ମ୍ୟାକ୍‌ଡୋୱେଲ ହ୍ୱିସ୍କି ସମେତ ପଟ୍ଟାପୁର ଓଏସ୍‌ ଦୋକାନର ପାଉଚ୍‌ ମଦ ଜବତ ହୋଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ କେ. ବାଲାଜୀ ପାତ୍ର (୩୫), ଏସ୍‌. ଶଙ୍କର ରେଡ୍ଡୀ (୨୭) ଓ ତୃପ୍ତି ଭୂଷଣ ସାହୁ (୪୨)। ସେମାନଙ୍କ ବିରୋଧରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି। ବେଆଇନ ମଦ କାରବାର ରୋକିବାକୁ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।