ଡକ୍ଟର ପ୍ରଫୁଲ୍ଲ ଦାସଙ୍କ ୯୯ତମ ଜନ୍ମଜୟନ୍ତୀ ଉତ୍ସବ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ -ଦିଲୀପ ପରିଡାOctober 1, 202685 views

ବର୍ତ୍ତମାନର ସାମାଜିକ ବ୍ୟବସ୍ଥା ଓ ଏକ ଶ୍ରେଣୀ ହୀନ ସମାଜ ପ୍ରତିଷ୍ଠା ଦିଗରେ ସମସ୍ତେ ରହି ଡ. ଦାସଙ୍କ ଆଦର୍ଶରରେ ଅନୁପ୍ରାଣିତ ହୋଇ କାର୍ଯ୍ଯକଲେ ଡକ୍ଟର ପ୍ରଫୁଲ୍ଲ ଦାସଙ୍କୁ ପ୍ରକୣତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବୁଧବାର ରାଜକନିକା ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କେନ୍ଦ୍ରାପଡ଼ା ଜିଲ୍ଲାର ଗର୍ବ ଓ ଗୌରବ ତଥା ରାଜକନିକା ମାଟିର ବରପୁତ୍ର ସମ୍ମାନଜନକ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଐତିହାସିକ ଲେଖକ, ବିପ୍ଳବୀ କବି ଡ. ପ୍ରଫୁଲ୍ଲ ଦାସଙ୍କ ୯୯ତମ ଜନ୍ମଜୟନ୍ତୀ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଲୋହିୟା ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ଓ ମୁଖ୍ୟ ବକ୍ତା ଭାବେ ସମଦୣଷ୍ଟି ସାହିତ୍ୟ ପତ୍ରିକାର ସମ୍ପାଦକ ସୁଧୀର ପଟ୍ଟନାୟକ ଯୋଗଦେଇ ମତବ୍ୟକ୍ତ କରି ବିପ୍ଳବୀଙ୍କ ରଚିତ ଭାରତର ସଶସ୍ତ୍ର ମୁକ୍ତି ସଂଗ୍ରାମ, କଳାପାଣିରେ ଅଗ୍ନିଶିଖା, ଭୂଦାନ, ଶହୀଦ ବାସୁ ବିସୁନୀ, ମାଳତୀ ଚୌଧୁରୀଙ୍କ ଜୀବନୀ ଉପରେ ଆଧାରିତ ବହ୍ନିମାନ ଭଳି ସଂସ୍କାର ଧର୍ମୀ ଉପାଦେୟ ପୁସ୍ତକ ଆଜିର ଯୁବପିଢ଼ିମାନଙ୍କ ପାଇଁ ପଥପ୍ରଦର୍ଶକ ହେବ ବୋଲି କହିଥିଲେ ।
ରାଜକନିକାର ଅନନ୍ୟ ଅନୁଷ୍ଠାନ କନିକା ପୂଜ୍ୟପୂଜା ପରିଷଦ ଓ ବିପ୍ଳବୀ ଡ. ପ୍ରଫୁଲ୍ଲ ଦାସ ସ୍ମୃତି ସଂସଦ ଆନୁକୂଲ୍ୟରେ ଏହି ଜନ୍ମଜୟନ୍ତୀ ସମାରୋହରେ ପରିଷଦର ସଭାପତି ଦୁର୍ଯ୍ୟୋଧନ ସାମଲଙ୍କ ପୌରୋହିତ୍ୟ କରିଥିଲେ । ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର ଜୟନ୍ତୀ ସମାରୋହର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଅତିଥିମାନଙ୍କୁ ମଞ୍ଚକୁ ଆହ୍ଵାନ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ବିଧାନ ଦାସ ଅତିଥି ପରିଚୟ, ସ୍ବାଗତ ଭାଷଣ ଓ ସମ୍ପାଦକୀୟ ଅଭିଭାଷଣ ଜ୍ଞାପନ କରିଥିଲେ । ବାବୁରାମ ଜେନା ଓ ସୁରେଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ଉପାୟନ ପ୍ରଦାନ କରି ସମ୍ଵର୍ଦ୍ଧିତ କରିଥିଲେ । ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର ଓ ପରିଷଦର ମୁଖପତ୍ର ପ୍ରତିଧ୍ଵନିର ସମ୍ପାଦକ କାଳୀପ୍ରସାଦ ନାୟକ ବିପ୍ଳବୀ ଲେଖକ ଡ. ଦାସଙ୍କ ଜୀବନାବୣତ୍ତିକୁ ନେଇ ପ୍ରତିବେଦନା ରଖିଥିଲେ ।
ସବିତା ବରଜ ଧନବାଦ ଅର୍ପଣ କରିଥିଲେ । ଏହି କ୍ରମରେ ମାଟ୍ରିକ୍ ପରୀକ୍ଷାରେ ବ୍ଲକ୍ରେ ଏ-୧ ଗ୍ରେଡ୍ ରଖି କୣତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ଓ ବ୍ଲକର କଳାକାରମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ ମାନପତ୍ର ଦେଇ ପ୍ରୋତ୍ସାହିତ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ବିଧାନ ଦାସ ମାନପତ୍ର ପାଠ କରିଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହ କନିକା କଳାକାର ସଂଘ ପକ୍ଷରୁ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ଯରେ କପିଳେନ୍ଦ୍ର ମଲ୍ଲିକ, ବେଣୁଧର ପରିଡ଼ା, ନବକିଶୋର ସୂତାର, ଶରତ ରାଉତ, ମନୋଜ ପରିଡ଼ା, ଯୋଗେଶ୍ୱର ପ୍ରଧାନ, ରବୀନ୍ଦ୍ର ତ୍ରିପାଠୀ, ସାବିତ୍ରୀ ମାହୁ ମାହୁନ୍ତ, ସୀତାରାଣୀ ଦାସ, ରତ୍ନମାଳା ବିଶ୍ଵାଳ, ଝରଣା ରାଉତ, ବିଜୟ ସେନାପତି, ରଞ୍ଜନ ଦଳେଇ, ବେଣୁଧର ଜେନା, ବିଶ୍ବନାଥ ନାୟକ, ଝରଣା ରାଉତ, ସରୋଜିନୀ ବିଶ୍ୱାଳ, ଆଶାଲତା ସାହାଣୀ ପ୍ରମୁଖ ଯୋଗଦେଇଥିଲେ ।
