--:--:--
-- ---
Srishti News

ଚକାପଥର ଗ୍ରାମରେ ଶିବ ମନ୍ଦିର ନିର୍ମାଣ ପାଇଁ ଆୟୋଜନ

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁOctober 1, 202638 views
ଚକାପଥର ଗ୍ରାମରେ ଶିବ ମନ୍ଦିର ନିର୍ମାଣ ପାଇଁ ଆୟୋଜନ
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚକାପଥର ଗ୍ରାମରେ ଏକ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ଆୟୋଜନ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ସହଯୋଗରେ ଜମି ପ୍ରସ୍ତୁତି ଓ ମାଟି କାମ ଚାଲିଛି। ଏହି କାର୍ଯ୍ୟରେ ଗ୍ରାମର ଯୁବକ ଓ ବୟସ୍କମାନେ ଉତ୍ସାହର ସହ ଯୋଗଦେଇଛନ୍ତି। ଗ୍ରାମରେ ଶିବ ମନ୍ଦିର ନିର୍ମାଣ ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ମନ୍ଦିର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ ହେଉ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।