--:--:--
-- ---
Srishti News

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା; ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ

Bhubaneswar (ଭୁବନେଶ୍ୱର)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 30, 202617 views
ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା; ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର :ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଓ ଝଟ୍‌କା ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୁଧବାର ଓ ଗୁରୁବାର ଦୁଇଦିନ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ସମେତ ୧୪ଟି ଜିଲ୍ଲାକୁ ଝଡ଼ବର୍ଷା ନେଇ 'ୟେଲୋ ଓ୍ବାର୍ନିଂ' ଜାରି କରାଯାଇଛି। ଏଥିସହ ଆସନ୍ତା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଏବେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ରାଜ୍ୟର ୪ଟି ସ୍ଥାନରେ ପାରଦ ୩cell ୫ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିବା ବେଳେ ୧୫ଟି ସ୍ଥାନରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୫.୪ ଡିଗ୍ରୀ ସେଲସିୟସ ଛୁଇଁଥିବା ବେଳେ ଭୁବନେଶ୍ୱରରେ ୩୫.۲ ଡିଗ୍ରୀ, ପାରାଦୀପରେ ୩୫.୧ ଡିଗ୍ରୀ ଏବଂ ନୟାଗଡ଼ରେ ୩୫ ଡିଗ୍ରୀ ସେଲସିୟସ ରହିଥିଲା। ସେହିପରି ଛତ୍ରପୁର, ଚାନ୍ଦବାଲି ଓ ପାରଳାଖେମୁଣ୍ଡିରେ ୩୪.୬ ଡିଗ୍ରୀ, ବାଲେଶ୍ୱର, ପୁରୀ, ଭଦ୍ରକ ଓ ଗୋପାଳପୁରରେ ୩୪.୫ ଡିଗ୍ରୀ, ବାରିପଦା ଓ ତାଳଚେରରେ ୩୪.୨ ଡିଗ୍ରୀ ଏବଂ ଢେଙ୍କାନାଳ ଓ ବଲାଙ୍ଗୀରରେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଗଭୀର ଅବପାତଟି ମଙ୍ଗଳବାର ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ସନ୍ଧ୍ୟା ସୁଦ୍ଧା ମ୍ୟାନ୍‌ମାର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ସଂଲଗ୍ନ ମ୍ୟାନ୍‌ମାର, ମିଜୋରାମ, ତ୍ରିପୁରା ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳ ଆଡ଼କୁ ଗତି କରି କ୍ରମଶଃ ଅଧିକ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।