ଦଶାହ କାର୍ଯ୍ୟ ପାଇଁ ସହାୟତାର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳSeptember 30, 202676 views

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମର ନିରାକାର ବେହେରା (୬୧)ଙ୍କ ଅକାଳ ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ଅଭିମନ୍ୟୁ ସାହୁ।
ନିରାକାରଙ୍କ ବିୟୋଗ ଖବର ପାଇ ଶ୍ରୀ ସାହୁ ତାଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏଥିସହ ଦଶାହ କାର୍ଯ୍ୟ ପାଇଁ ଚାଉଳ, ଡାଲି ସମେତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ପରିବାର ଏକ ଦୁଃଖଦ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏଭଳି ସମୟରେ ସହାୟତାର ହାତ ବଢ଼ାଇଥିବାରୁ ଅଭିମନ୍ୟୁ ସାହୁଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
