ଅନୁଗୋଳ ପୋଲିସର ଆଲୋଚନା ସଭା ଓ ଷ୍ଟାଫ୍ ମିଟିଂ ଅନୁଷ୍ଠିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 30, 202660 views

ଅନୁଗୋଳ : ଅନୁଗୋଳ ପୋଲିସର ସେପ୍ଟେମ୍ବର ମାସର ଆଲୋଚନା ସଭା ଓ ଷ୍ଟାଫ୍ ମିଟିଂ ଅନୁଗୋଳ DPO ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଆରକ୍ଷୀ ଅଧୀକ୍ଷକ (SP)ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା।
ବୈଠକରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନାର ପ୍ରତିନିଧିଙ୍କ ସମେତ DPOର ବିଭିନ୍ନ କର୍ମଚାରୀ ଯୋଗଦେଇଥିଲେ। ପୋଲିସ ବିଭାଗର ସାଙ୍ଗଠନିକ ବିକାଶ, କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ, କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ସହ ପୋଲିସିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା।
ଏଥିସହ ଜନସାଧାରଣଙ୍କୁ ଅଧିକ ପ୍ରଭାବଶାଳୀ ଓ ଉତ୍ତମ ପୋଲିସ ସେବା ପ୍ରଦାନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଓ ଆବଶ୍ୟକୀୟ ବିଷୟ ଉପରେ ବିଚାରବିମର୍ଶ କରାଯାଇଥିଲା। ବୈଠକ ମାଧ୍ୟମରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ବିଭାଗୀୟ କାର୍ଯ୍ୟକୁ ଅଧିକ ସୁଚାରୁ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
