--:--:--
-- ---
Srishti News

ଗୋପାଳପୁର ପୋଲିସ ଦ୍ୱାରା ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଂଜନଗରSeptember 29, 202612 views
ଗୋପାଳପୁର ପୋଲିସ ଦ୍ୱାରା ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ
ଗୋପାଳପୁର :ଗୋପାଳପୁର ଥାନା ପୋଲିସ ଏକ ନିର୍ମାଣାଧୀନ ଘରୁ ହୋଇଥିବା ଚୋରି ମାମଲାର ସଫଳ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗୌଞ୍ଜୁ ଗ୍ରାମର ଲିପ୍ତା କୁମାରୀ ସେଠୀଙ୍କ ରକ୍ଷା ବିହାରସ୍ଥିତ ଏକ ନିର୍ମାଣାଧୀନ ଘରୁ ଗତ ୨୫ ଓ ୨୬ ତାରିଖ ବିଳମ୍ବିତ ରାତିରେ କିଛି ସାମଗ୍ରୀ ଚୋରି ହୋଇଥିଲା। ଅଭିଯୁକ୍ତମାନେ ଘରୁ ବିଭିନ୍ନ ନିର୍ମାଣ ଉପକରଣ ଓ ବୈଦ୍ୟୁତିକ ସାମଗ୍ରୀ ଚୋରି କରି ନେଇ ଅଭିଯୁକ୍ତ ମୁନା ପ୍ରଧାନଙ୍କ ଘରେ ଲୁଚାଇ ରଖିଥିଲେ। ଏ ନେଇ ୨୮ ତାରିଖ ଦିନ ଲିପ୍ତା କୁମାରୀ ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗୋପାଳପୁର ପୋଲିସ କେସ୍ ନଂ ୫୬୪/୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୩(2)/୩(5) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମୁନା ପ୍ରଧାନଙ୍କ ଘରେ ଚଢ଼ାଉ କରି ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଥିଲେ। ଜବତ ହୋଇଥିବା ସାମଗ୍ରୀ ମଧ୍ୟରୁ ଗୋଟିଏ ବ୍ଲୁ ରଙ୍ଗର ବସ୍ (Bosch) ଟୁଲ୍‌ବକ୍ସ, ଯେଉଁଥିରେ ଗୋଟିଏ ବସ୍ ପ୍ରଫେସନାଲ୍ ଜିଏସ୍‌ଏଚ୍-୫୦୦ ଭାଇବ୍ରେଟର ମେସିନ୍, ୩ଟି ଭାଇବ୍ରେଟର ବିଟ୍ ଏବଂ ଗୋଟିଏ ଇଲେକ୍ଟ୍ରିକ୍ ସୁଇଚ୍ ବୋର୍ଡ ରହିଛି।ଗୋଟିଏ ନାଲି ରଙ୍ଗର 'TRA Power XPT414' କଟର ମେସିନ୍ ଏବଂ ଆଉ ଗୋଟିଏ ନୀଳ ରଙ୍ଗର କଟର ମେସିନ୍।ପ୍ରାୟ ୫୦୦ ମିଟର ଲମ୍ବର କଟା ଇଲେକ୍ଟ୍ରିକ୍ ତାର। ଗୋଟିଏ ଟେକ୍ସମୋ (Texmo) ଅଧା ଏଚ୍.ପି (½ HP) ୱାଟର ମୋଟର। ପୋଲିସ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବା ସହ ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର ମାନ୍ୟବର କୋର୍ଟକୁ ଚାଲାଣ କରିଛି।