ଦିଗପହଣ୍ଡି ବିଧାୟକଙ୍କ ବିରୋଧରେ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମହାମେଳି
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀSeptember 29, 2026226 views

ଦିଗପହଣ୍ଡି: ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ କଥିତ ମନମୁଖୀ କାର୍ଯ୍ୟକଳାପକୁ ନେଇ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ପ୍ରତିବାଦ ଜଣାଇଛନ୍ତି। ଏହାକୁ ନେଇ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଏକ ମହାମେଳି ଅନୁଷ୍ଠିତ ହୋଇଥିଲା।
ବୈଠକରେ ବିଧାୟକଙ୍କ କାର୍ଯ୍ୟଶୈଳୀ ଓ ସ୍ଥାନୀୟ ସଂଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଦଳୀୟ ସଂଗଠନକୁ ମଜଭୁତ କରିବା ସହ କାର୍ଯ୍ୟକର୍ତ୍ତାଙ୍କ ମତାମତକୁ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତାମାନେ ଦାବି ରଖିଥିଲେ।
ଏହି ମହାମେଳିରେ ଦିଗପହଣ୍ଡି ଅଞ୍ଚଳର ବହୁ ବରିଷ୍ଠ ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଘଟଣାକୁ ନେଇ ଦଳୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
