--:--:--
-- ---
Srishti News

ଜାତୀୟ ରାଜପଥର ଦୁର୍ଦଶା ଚିନ୍ତାଜନକ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳSeptember 29, 202675 views
ଜାତୀୟ ରାଜପଥର ଦୁର୍ଦଶା ଚିନ୍ତାଜନକ
ବଅଁରପାଳ: ବଅଁରପାଳଠାରୁ ତାଳଚେର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଦୁର୍ଦଶା ଏବେ ଚିନ୍ତାଜନକ ରୂପ ନେଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଓ ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ତାଳଚେର ଶିଳ୍ପାଞ୍ଚଳରୁ ସରକାର ବିପୁଳ ରାଜସ୍ୱ ପାଉଥିବା ସତ୍ତ୍ୱେ ରାଜପଥର ଏଭଳି ଅବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଜାତୀୟ ରାଜପଥର ମରାମତି ଓ ସ୍ଥାୟୀ ଉନ୍ନତି କରାଯାଇ ଲୋକଙ୍କ ଯାତାୟାତକୁ ସୁରକ୍ଷିତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।