--:--:--
-- ---
Srishti News

ସେବା ସଙ୍କଳ୍ପ ଅଭିଯାନ’ରେ ବାମୁରରେ ପୋଷଣର ବାର୍ତ୍ତା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ କିଶୋରନଗର ,ଅନୁଗୋଳSeptember 29, 202661 views
ସେବା ସଙ୍କଳ୍ପ ଅଭିଯାନ’ରେ ବାମୁରରେ ପୋଷଣର ବାର୍ତ୍ତା
ଅନୁଗୋଳ: କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ବାମୁର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ‘ସେବା ସଙ୍କଳ୍ପ ଅଭିଯାନ’ ଓ ‘ନବମ ପୋଷଣ ମାସ’ ଅବସରରେ ‘ସେବା ସମ୍ବାଦ’ ଏବଂ ‘ଅଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ବିଭିନ୍ନ ହିତାଧିକାରୀଙ୍କୁ ସମ୍ମାନିତ କରିଥିଲେ। ଏଥିସହ ଶିଶୁମାନଙ୍କୁ ଫଳ ଓ ପୁସ୍ତକ ବଣ୍ଟନ କରି ସେମାନଙ୍କ ସହ ସମୟ ବିତାଇଥିଲେ। କାର୍ଯ୍ୟକ୍ରମରେ ପୋଷଣ ଓ ସ୍ଥାନୀୟ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ମିଲେଟ୍‌ ଭିତ୍ତିକ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା। ଶ୍ରୀ ପ୍ରଧାନ ପ୍ରଦର୍ଶନୀ ବୁଲି ଦେଖିବା ସହ ମିଲେଟ୍‌ ପୋଡ଼ପିଠା, କାକରା, କେକ୍‌ ଓ କୁକିଜ୍‌ ଆଦି ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଅବଗତ ହୋଇଥିଲେ। ଶିଶୁ ଓ ମା’ମାନଙ୍କ ପୋଷଣ, ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକା ଏବଂ ଜନସାଧାରଣଙ୍କ ସହଭାଗିତା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।