୮୦୦ କିଲୋରୁ ଅଧିକ ଗଞ୍ଜେଇ ନଷ୍ଟ, ମୂଲ୍ୟ ୮୦ ଲକ୍ଷରୁ ଅଧିକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 29, 202666 views

ଅନୁଗୋଳ: ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ର ଅଂଶସ୍ୱରୂପ ଅନୁଗୋଳ ପୋଲିସ ପକ୍ଷରୁ ବଡ଼ ପରିମାଣରେ ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ଅନୁଗୋଳସ୍ଥିତ ନାଲକୋ ଇନସିନେରେଟରରେ ୮୦୦ କିଲୋଗ୍ରାମରୁ ଅଧିକ ଜବତ ଗଞ୍ଜେଇ ନଷ୍ଟ କରାଯାଇଥିବା ବେଳେ, ଏହାର ଆନୁମାନିକ ବଜାର ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।
ବେଆଇନ ନିଶାଦ୍ରବ୍ୟର କାରବାର ଓ ଚୋରାଚାଲାଣକୁ ରୋକିବା ସହ ନିଶା ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ଼ କରିବା ଦିଗରେ ଅନୁଗୋଳ ପୋଲିସର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ନିଶା କାରବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜବତ ନିଶାଦ୍ରବ୍ୟର ନିରାପଦ ନଷ୍ଟକରଣ ମାଧ୍ୟମରେ ଅନୁଗୋଳ ପୋଲିସ ନିଜର ପ୍ରତିବଦ୍ଧତା ଜାରି ରଖିଛି।
