ଗଭୀର ଅବପାତଜନିତ ବର୍ଷା: ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 29, 20269 views

ଖଲ୍ଲିକୋଟ :ଗଭୀର ଅବପାତ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକ୍ର ବିଭିନ୍ନ ସ୍ଥାନରେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବଳରାମପଲ୍ଲୀ, ଖରଖରି ନାଳ, ବରପଲ୍ଲୀ ବ୍ରିଜ୍ ଏବଂ ବାଗଦେବୀ ମନ୍ଦିର ଛକସ୍ଥିତ ପୁରୁଣା ବ୍ରିଜ୍ ଅଞ୍ଚଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ଫଳରେ ଏଭଳି ସ୍ଥିତି ଉପଜିଛି। ଏହାକୁ ଗମ୍ଭୀରତାର ସହ ନେଇ ଗଞ୍ଜାମ ଜିଲ୍ଲାପାଳ ଉକ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।
ନାଳଗୁଡ଼ିକରେ ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରୁ ନଥିବାରୁ ଚାଷଜମିରେ ପାଣି ଜମି ରହିଛି, ଯାହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜିଲ୍ଲାପାଳ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ଓ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ସେ ସ୍ଥାନୀୟ ଲୋକ ଓ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିବା ସହ ଖୁବ୍ଶୀଘ୍ର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।
