ଧରାକୋଟରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 29, 20269 views

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କମାଶାସନ-ଗୌଡ଼ଗୋଠ ନିଛାଟିଆ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ଗୌଡ଼ଗୋଠ ଗ୍ରାମର କାଳିଆ ନାହାକ।
ମିଳିଥିବା ସୂଚନା ମୁତାବକ, କାଳିଆ ନିଜ ବାଇକ୍ ଯୋଗେ ଗୌଡ଼ଗୋଠ ଗ୍ରାମକୁ ଫେରୁଥିବା ସମୟରେ ଏହି ନିଛାଟିଆ ରାସ୍ତାରେ ପୂର୍ବରୁ ଓତ ପେତି ରହିଥିବା ୩ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ସେମାନେ ଏକ ମାରାତ୍ମକ ଅସ୍ତ୍ର ସାହାଯ୍ୟରେ କାଳିଆଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ।
ଆକ୍ରମଣ ଯୋଗୁଁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମ.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ଘଟଣାସ୍ଥଳରେ ଧରାକୋଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କ’ଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୋଲିସ ପକ୍ଷରୁ ସବୁ ଦିଗକୁ ନେଇ ଯାଞ୍ଚ କରାଯାଉଥିବା ବେଳେ ଖୁବ୍ଶୀଘ୍ର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
