ଅବହେଳାରେ ପଞ୍ଚଭୂତିର 'ନେଳିଆ ବନ୍ଧ': ଗାଧୁଆ ତୋଠରେ ଅଳିଆର ପାହାଡ଼, କେବେ ହେବ ସଫା?
Bhubaneswar (ଭୁବନେଶ୍ୱର)ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼September 29, 202619 views

ପ୍ରକୃତି ଓ ମାନବ ସଭ୍ୟତାର ଏକ ଆଧାର ପଞ୍ଚଭୂତି, ଯାହାର ପ୍ରମୁଖ ଅଙ୍ଗ ହେଉଛି ଜଳ। କିନ୍ତୁ ଆଜି ଅବହେଳା
ପ୍ରଶାସନିକ ଉଦାସୀନତା ଯୋଗୁଁ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି ଐତିହାସିକ ‘ନେଳିଆ ବନ୍ଧ’।
ଦିନ ଥିଲା, ଏହି ନେଳିଆ ବନ୍ଧର ନିର୍ମଳ ଜଳକୁ ସ୍ଥାନୀୟ ଲୋକେ କେବଳ ନିଜର ପାନୀୟ ଜଳ ଭାବରେ ବ୍ୟବହାର କରୁନଥିଲେ, ବରଂ ଗାଁର ବଡ଼ ବଡ଼ ଭୋଜିଭାତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ପାଣି ରୋଷେଇ ଓ ପିଇବା ପାଇଁ ମୁଖ୍ୟ ଆଧାର ଥିଲା। ମାତ୍ର ଆଜି ସେହି ନେଳିଆ ବନ୍ଧ ଅଳିଆ ଆବର୍ଜନାର ପୋଖରୀରେ ପରିଣତ ହୋଇଛି।
ଗାଧୁଆ ତୋଠରେ ଅଳିଆର ପାହାଡ଼:
ଲୋକେ ଗାଧୋଉଥିବା ତୋଠଗୁଡ଼ିକରେ ଏବେ ପ୍ଲାଷ୍ଟିକ୍, ପଲିଥିନ୍ ଓ ଗାଁର ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ପାଣିର ରଙ୍ଗ ବିଷାକ୍ତ ଓ ଦୁର୍ଗନ୍ଧମୟ ହୋଇପଡ଼ିଥିବାରୁ ଏହା ଏବେ ଗାଧୋଇବା ଉପଯୋଗୀ ହୋଇ ମଧ୍ୟ ରହିନାହିଁ। ପାଣିରେ ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ଚର୍ମରୋଗ ଭଳି ସମସ୍ୟା ଦେଖାଦେବାର ଭୟ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ ଅସନ୍ତୋଷ:
ଗ୍ରାମବାସୀଙ୍କ କହିବା ଅନୁଯାୟୀ, "ଯେଉଁ ବନ୍ଧ ଦିନେ ସମଗ୍ର ଅଞ୍ଚଳର ତୃଷା ମେଣ୍ଟାଉଥିଲା, ଆଜି ତାହାର ଏପରି ଦୁର୍ଦ୍ଦଶା ଦେଖି ମନ ଦୁଃଖ ହେଉଛି। ପ୍ରଶାସନ ଓ ସ୍ଥାନୀୟ ପ୍ରତିନିଧିମାନେ ସବୁ ଦେଖି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି।"
ପ୍ରଶାସନ ନିକଟରେ ପ୍ରଶ୍ନ:
କେବେ ସଫା ହେବ ଏହି ଐତିହାସିକ ନେଳିଆ ବନ୍ଧ?
ପୁଣି ଥରେ କ’ଣ ଏହି ବନ୍ଧର ଜଳ ପୂର୍ବପରି ସ୍ୱଚ୍ଛ ଓ ବ୍ୟବହାର ଯୋଗ୍ୟ ହୋଇପାରିବ?
ସ୍ଥାନୀୟ ଜନସାଧାରଣ ଏହି ବନ୍ଧର ତୁରନ୍ତ ପୁନରୁଦ୍ଧାର, ତୋଠଗୁଡ଼ିକର ସଫେଇ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
