କୋଇଡ଼ାରେ ସହିଦ ଭଗତ ସିଂହଙ୍କ ଜନ୍ମଜୟନ୍ତୀ ପାଳିତ
Sundargarh (ସୁନ୍ଦରଗଡ଼)ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟSeptember 29, 202614 views

କୋଇଡ଼ା, ୨୮ ସେପ୍ଟେମ୍ବର: ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ଜନ୍ମଜୟନ୍ତୀ ଅବସରରେ କୋଇଡ଼ାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋଇଡ଼ା ସିପିଆଇ(ଏମ୍) କାର୍ଯ୍ୟାଳୟ ପରିସରରେ DYFI, SFI, ଯୁବ, ଛାତ୍ର ଓ ଶ୍ରମିକ ସଂଗଠନ ତଥା ସିପିଆଇ(ଏମ୍)ର ଅନୁକୂଲ୍ୟରେ ଏହି ଜନ୍ମଜୟନ୍ତୀ ପାଳନ କରାଯାଇଥିଲା।
କାର୍ଯ୍ୟକ୍ରମରେ କୋଇଡ଼ା ସିପିଆଇ(ଏମ୍) ସାଧାରଣ ସମ୍ପାଦକ ପ୍ରଭାତ କୁମାର ପଣ୍ଡା, DYFI ଜିଲ୍ଲା ସମ୍ପାଦକ ବାଦଲ ବାରିକ, DYFI କୋଇଡ଼ା ବ୍ଲକ୍ ସଭାପତି ପ୍ରଭାତ ପାତ୍ର ଏବଂ Truck & Tipper Associationର ଅଶୋକ କୁମାର ସାମଲଙ୍କ ସମେତ ବହୁ ଯୁବ, ଛାତ୍ର, ଶ୍ରମିକ ଓ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ସହିଦ ଭଗତ ସିଂହଙ୍କୁ ସ୍ମରଣ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଭଗତ ସିଂହ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ, ସେ ଯୁବପିଢ଼ିର ସାହସ, ତ୍ୟାଗ, ଦେଶପ୍ରେମ ଓ ସଂଘର୍ଷର ଏକ ଅମର ପ୍ରତୀକ। ଦେଶର ସ୍ୱାଧୀନତା ଓ ଶୋଷଣମୁକ୍ତ ସମାଜର ସ୍ୱପ୍ନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
ଅତି କମ୍ ବୟସରେ ଭଗତ ସିଂହଙ୍କ ସାହସ, ଚିନ୍ତାଧାରା ଓ ତ୍ୟାଗ ଆଜି ମଧ୍ୟ ଯୁବପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି। ତାଙ୍କର ଆଦର୍ଶ ଓ ସଂଘର୍ଷକୁ ସ୍ମରଣ କରି ଅନ୍ୟାୟ, ଶୋଷଣ ଓ ବୈଷମ୍ୟ ବିରୋଧରେ ଏକତାବଦ୍ଧ ହୋଇ ଲଢ଼ିବା ପାଇଁ ଉପସ୍ଥିତ ଯୁବ, ଛାତ୍ର ଓ ଶ୍ରମିକମାନେ ସଂକଳ୍ପ ନେଇଥିଲେ।
ଶେଷରେ ସହିଦ ଭଗତ ସିଂହଙ୍କୁ ଶତ ଶତ ନମନ ଜଣାଇ ତାଙ୍କର ସାହସ, ତ୍ୟାଗ ଓ ଆଦର୍ଶ ଚିରକାଳ ଯୁବପିଢ଼ିକୁ ପ୍ରେରଣା ଦେଉ ବୋଲି ମତ ପ୍ରକାଶ ପାଇଥିଲା।
