--:--:--
-- ---
Srishti News

ବାତ୍ୟାରେ ଭୁଶୁଡ଼ି ପଡ଼ିଲା ଚାଳଘର

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁSeptember 28, 202623 views
ବାତ୍ୟାରେ ଭୁଶୁଡ଼ି ପଡ଼ିଲା ଚାଳଘର
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜୟପଲ୍ଲୀ ଗ୍ରାମର ବ୍ରଜବନ୍ଧୁ ଯାନୀ ଚାଳଘର ବାତ୍ୟାର ପ୍ରଭାବରେ ପ୍ରବଳ ପବନ ବହିବା ଯୋଗୁଁ ଏକ ଚାଳଘର ଭୁଶୁଡ଼ି ପଡ଼ିଛି। ଘରର କାଠ ଓ ଚାଳ ଭାଙ୍ଗି ତଳେ ପଡ଼ିଥିବା ବେଳେ ଘରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାଫଳରେ ପରିବାରଟି ଅସୁବିଧାରେ ପଡ଼ିଛି। କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନଙ୍କୁ ଦାବି କରାଯାଇଛି।