--:--:--
-- ---
Srishti News

ଦେବଗଡ଼ରେ CPR ପ୍ରଶିକ୍ଷଣ ଅଭିଯାନ ଆରମ୍ଭ ନବଉତ୍କଳ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଜୀବନରକ୍ଷାକାରୀ ପ୍ରଶିକ୍ଷଣ

Deogarh (ଦେଓଗଡ଼)ଦେବଗଡ ଜିଲ୍ଲା ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟSeptember 28, 202645 views
ଦେବଗଡ଼ରେ CPR ପ୍ରଶିକ୍ଷଣ ଅଭିଯାନ ଆରମ୍ଭ  ନବଉତ୍କଳ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଜୀବନରକ୍ଷାକାରୀ ପ୍ରଶିକ୍ଷଣ
ଦେବଗଡ଼, ୨୮ ସେପ୍ଟେମ୍ବର ୨୦୨୬: ଦେବଗଡ଼ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୀବନରକ୍ଷାକାରୀ CPR (Cardiopulmonary Resuscitation) ସମ୍ପର୍କିତ ଜ୍ଞାନ ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ନବଉତ୍କଳ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆଜି ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟଠାରେ CPR ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ପ୍ରଶିକ୍ଷଣରେ ହୃଦ୍‌ଘାତ, ଅଚେତନତା ଓ ବିଭିନ୍ନ ଆପତ୍କାଳୀନ ପରିସ୍ଥିତିରେ କିପରି ତୁରନ୍ତ ଓ ସଠିକ୍ ଭାବରେ CPR ଏବଂ ପ୍ରାଥମିକ ସହାୟତା ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଜ୍ଞାନ ଓ ସଚେତନତା ପ୍ରଦାନ କରାଯାଇଥିଲା। ଆଜିଠାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାୟକ୍ରମେ CPR ପ୍ରଶିକ୍ଷଣ ଦେବା ପାଇଁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଆପତ୍କାଳୀନ ସମୟରେ ତୁରନ୍ତ ସହାୟତା ପ୍ରଦାନ କରି ଜୀବନ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୌଳିକ ଦକ୍ଷତା ବିକାଶ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। କାର୍ଯ୍ୟକ୍ରମ ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ସାହୁ, ନବଉତ୍କଳ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ସୁଜିତ କୁମାର ଖଡ଼ିରତ୍ନ, ପରାମର୍ଶଦାତା ସୁଧୀର ବ୍ରହ୍ମା, ଉପସଭାପତି ମନଭଞ୍ଜନ ଫାତ୍କାର, ସଚିବ ଅଭିଷେକ ପଣ୍ଡା, ସାଂସ୍କୃତିକ ପ୍ରଭାରୀ ଅକ୍ଷୟ ଠାକୁର, ଉପସଚିବ ଚୁମକି ପାତ୍ର ଏବଂ ବୈଷୟିକ ବିଶେଷଜ୍ଞ ବାଦଲ ମୁଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ CPR ସଚେତନତା ବୃଦ୍ଧି କରି ଆପତ୍କାଳୀନ ସମୟରେ ତୁରନ୍ତ ସହାୟତା ପ୍ରଦାନର ଦକ୍ଷତା ବିକାଶ କରିବା ଦିଗରେ ଟ୍ରଷ୍ଟର ଏହି ଅଭିଯାନ ଆଗାମୀ ଦିନରେ ଜାରି ରହିବ ବୋଲି ଜଣାପଡ଼ିଛି। ଶେଷରେ ଟ୍ରଷ୍ଟର ସଚିବ ଅଭିଷେକ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।