ତାଳଚେରରେ ଶ୍ରମିକଙ୍କ ହକ୍ ପାଇଁ HMSର ମହାସମାବେଶ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 28, 202664 views

ତାଳଚେର: ତାଳଚେରଠାରେ ହିନ୍ଦ୍ ମଜଦୂର ସଭା (HMS)ର ୧୫ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଶ୍ରମିକମାନଙ୍କ ନ୍ୟାଯ୍ୟ ଅଧିକାର, ସୁରକ୍ଷା ଓ ସ୍ୱାର୍ଥରକ୍ଷା ନେଇ ହୋଇଥିବା ଆଲୋଚନାରେ ଭାଗ ନେଇଥିଲେ।
ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ HMS ସଭାପତି ବିଜୟ କୁମାର ମହାନ୍ତି ଯୋଗଦେଇଥିବା ବେଳେ ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଓ ମଙ୍ଗଳା କିଶାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରମିକ ନେତୃବୃନ୍ଦ ଯୋଗଦେଇଥିଲେ।
ଏହି ଅବସରରେ ଶ୍ରମିକ ଏକତାକୁ ଆହୁରି ସୁଦୃଢ଼ କରିବା ସହ ଶ୍ରମିକମାନଙ୍କ ଅଧିକାର, ସୁରକ୍ଷା ଓ ନ୍ୟାଯ୍ୟ ଦାବି ପ୍ରତି ସମସ୍ତେ ଗୁରୁତ୍ୱ ଦେଇଥିଲେ। ଶ୍ରମିକଙ୍କ ହକ୍ ଓ ଅଧିକାର ପାଇଁ ସଂଘର୍ଷ ଜାରି ରହିବ ବୋଲି ଉପସ୍ଥିତ ନେତୃବୃନ୍ଦ ମତ ପ୍ରକାଶ କରିଥିଲେ।
