--:--:--
-- ---
Srishti News

କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଡ୍ରେନ୍‌ର ଦୁରବସ୍ଥା: ଦୁର୍ଗନ୍ଧରେ ଅତିଷ୍ଠ ଲୋକେ, ବିଏମ୍‌ସିର ନିଘା ନାହିଁ

Bhubaneswar (ଭୁବନେଶ୍ୱର)ରିପୋର୍ଟ =ସୁକାନ୍ତ ପ୍ରଧାନSeptember 27, 202624 views
କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଡ୍ରେନ୍‌ର ଦୁରବସ୍ଥା: ଦୁର୍ଗନ୍ଧରେ ଅତିଷ୍ଠ ଲୋକେ, ବିଏମ୍‌ସିର ନିଘା ନାହିଁ
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଡ୍ରେନ୍‌ର ଦୁରବସ୍ଥାକୁ ନେଇ ସ୍ଥାନୀୟ ଲୋକ ଓ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଡ୍ରେନ୍‌ରେ ଅପରିଷ୍କାର ପାଣି ଓ ଆବର୍ଜନା ଜମି ରହିଥିବାରୁ ପାଣି ଠିକ୍‌ ଭାବେ ନିଷ୍କାସିତ ହୋଇପାରୁନାହିଁ। ଫଳରେ ଡ୍ରେନ୍‌ର ପାଣି ଓଭରଫ୍ଲୋ ହୋଇ ରାସ୍ତା ଉପରକୁ ଆସୁଥିବା ଅଭିଯୋଗ ହୋଇଛି। ଡ୍ରେନ୍‌ ଭିତରେ ଜରି, ପ୍ଲାଷ୍ଟିକ୍‌ ଓ ବିଭିନ୍ନ ପ୍ରକାର ଆବର୍ଜନା ଜମି ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏହା ସହିତ ଡ୍ରେନ୍‌ରୁ ବାହାରୁଥିବା ତୀବ୍ର ଦୁର୍ଗନ୍ଧ ଯୋଗୁଁ ରାସ୍ତାରେ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ। ସ୍ଥାନୀୟଙ୍କ କହିବା ଅନୁଯାୟୀ, ଡ୍ରେନ୍‌ ଉପରେ ରଡ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ସପୋର୍ଟ କରାଯାଇଥିଲେ ମଧ୍ୟ ତାହାର ତଳେ ଆବର୍ଜନା ଜମି ରହିଛି। ଦୀର୍ଘ ସମୟ ଧରି ଡ୍ରେନ୍‌ ସଫା ନହେବାରୁ ସମସ୍ୟା ଆହୁରି ବଢ଼ୁଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଡ୍ରେନ୍‌କୁ ତୁରନ୍ତ ସଫା କରି ଜମିଥିବା ଆବର୍ଜନା ହଟାଇବା ସହ ପାଣି ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।