--:--:--
-- ---
Srishti News

ବେଗୁନିଆରେ ଏସି ପାଇପ ଚୋରି ଘଟଣାର ପର୍ଦ୍ଦାଫାଶ କଟା ଏସି ପାଇପ ଓ ନଗଦ ଟଙ୍କା ଜବତ, ୪ ଗିରଫ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 26, 2026146 views
ବେଗୁନିଆରେ ଏସି ପାଇପ ଚୋରି ଘଟଣାର ପର୍ଦ୍ଦାଫାଶ  କଟା ଏସି ପାଇପ ଓ ନଗଦ ଟଙ୍କା ଜବତ, ୪ ଗିରଫ
ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଏସି ପାଇପ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବେଗୁନିଆ ପୁଲିସ। ଚୋରି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ କିଛି କଟା ଏସି ପାଇପ ଓ ନଗଦ ଟଙ୍କା ଜବତ କରିଛି।ଘଟଣାର ତଦନ୍ତ ସମୟରେ ପୁଲିସ ଅଞ୍ଚଳର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତକୁ ଆଗକୁ ବଢ଼ାଇବା ପରେ ପୁଲିସ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିଥିଲା।ପରେ ଅଭିଯୁକ୍ତମାନଙ୍କୁ କାବୁ କରି ପଚରାଉଚରା କରିବା ସହ ସେମାନଙ୍କ ନିକଟରୁ କଟା ଏସି ପାଇପ ଓ ନଗଦ ଟଙ୍କା ଜବତ କରିଛି ପୁଲିସ। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।