--:--:--
-- ---
Srishti News

ଜଳମଗ୍ନ ବାଣପୁର ବ୍ଲକ୍‌ର ଅନେକ ଅଞ୍ଚଳ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 26, 202639 views
ଜଳମଗ୍ନ ବାଣପୁର ବ୍ଲକ୍‌ର ଅନେକ ଅଞ୍ଚଳ
ଖୋର୍ଦ୍ଧା- ସାନହନ୍ତୁଆଡ଼ରୁ ଗମ୍ଭାରୀମୁଣ୍ଡା ମୁଖ୍ୟରାସ୍ତା ଜଳାର୍ଣ୍ଣବ, ଯାତାୟାତ ନେଇ ବଢ଼ିଲା ଚିନ୍ତାଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକ୍‌ର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବର୍ତ୍ତମାନ ସାନହନ୍ତୁଆଡ଼ ପୂର୍ବପାର୍ଶ୍ୱ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଣପୁରଠାରୁ ଗମ୍ଭାରୀମୁଣ୍ଡା ଯାଇଥିବା ମୁଖ୍ୟରାସ୍ତାରେ ପାଣି ଜମି ରହିଛି। ଫଳରେ ରାସ୍ତା ଉପରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ଜଳ ନିଷ୍କାସନ ଓ ଶାଳିଆ ନଈର ଜଳସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପରିସ୍ଥିତି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଶାଳିଆ ନଈର ବର୍ତ୍ତମାନର ଜଳସ୍ଥିତି ସମ୍ପର୍କରେ ସଠିକ୍‌ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହେଉଛି।ଜଳବନ୍ଦୀ ଅଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି।