ଏକ ପେଡ୍ ମା କେ ନାମ୍ ୩.୦ ଅଭିଯାନରେ ବୃକ୍ଷରୋପଣ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳSeptember 25, 202610 views

ଢେଙ୍କାନାଳ, ୨୫.୯-
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସଦେଇବେରେଣୀ କଳାକୃତି ଗ୍ରାମଠାରେ ଆଜି ‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍ ଆମ୍ବ ଚାରା ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ଏବଂ ଢେଙ୍କାନାଳ ସଦର ବିଡିଓ ଶ୍ରୀ ରାହୁଲ ମଣ୍ଡଳ ମଧ୍ୟ ଚାରା ରୋପଣ କରିଥିଲେ।
‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ବୃକ୍ଷରୋପଣ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ସେମାନଙ୍କ ଉତ୍ସାହରେ କୌଣସି ହ୍ରାସ ଦେଖାଯାଇନଥିଲା। ସଦସ୍ୟାମାନେ ଆନନ୍ଦ ଓ ଉତ୍ସାହର ସହ ପରିସରରେ ୨୦୦ରୁ ଅଧିକ ଫଳଦାୟୀ ଓ ଅନ୍ୟାନ୍ୟ ଚାରା ରୋପଣ କରିଥିଲେ।
