ପ୍ରାଣୀ ଚିକିତ୍ସାଳୟର ଅବ୍ୟବସ୍ଥା ପ୍ରତି ପ୍ରଶାସନର ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ: ଏମ୍ଏଏସଏମ୍
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀSeptember 25, 202626 views

ବ୍ରହ୍ମପୁର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିଭିନ୍ନ ଅବ୍ୟବସ୍ଥା ପ୍ରତି ଜିଲ୍ଲା ପ୍ରଶାସନର ଆବଶ୍ୟକ ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି l ଗତ ୨୨ ତାରିଖରୁ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ପ୍ରାଣୀ ଚିକିତ୍ସାଳୟର ସମସ୍ୟା ଆହୁରି ଗୁରୁତର ହୋଇଛି। ଏହାର ପ୍ରଭାବରେ ଅସୁସ୍ଥ, ଆହତ ଓ ଦୁର୍ଘଟଣାଗ୍ରସ୍ତ ପଶୁଙ୍କ ଚିକିତ୍ସା ମଧ୍ୟ ପ୍ରଭାବିତ ହେଉଛି। ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ତୁରନ୍ତ ଖୋଲିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଛି। ଅନ୍ତଃବିଭାଗ ନଥିବାରୁ ଗୁରୁତର ଅସୁସ୍ଥ ଓ ଆହତ ପଶୁଙ୍କୁ ଦୀର୍ଘ ସମୟ ଧରି ଚିକିତ୍ସା ଓ ନିରୀକ୍ଷଣରେ ରଖିବାର ସୁବିଧା ଉପଲବ୍ଧ ହେଉନାହିଁ। ମଞ୍ଚ ର ସାଙ୍ଗଠନିକ ସମ୍ପାଦକ ତଥା ସାମାଜିକ କର୍ମୀ ମନୋଜ କୁମାର ତରାଇ କହିଛନ୍ତି ଯେ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବିଭିନ୍ନ ଅବ୍ୟବସ୍ଥାରେ ଜର୍ଜରିତ। ଏଭଳି ପରିସ୍ଥିତିରେ ପଶୁସମ୍ପଦର ସୁରକ୍ଷା ଓ ଉପଯୁକ୍ତ ଚିକିତ୍ସା ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ। ପ୍ରାଣୀ ଚିକିତ୍ସାଳୟର ଅବ୍ୟବସ୍ଥା ତୁରନ୍ତ ଦୂର କରିବା ସହ ୧୫୦ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ଶୀଘ୍ର ଖୋଲିବା,ଆହତ ଓ ଦୁର୍ଘଟଣାଗ୍ରସ୍ତ ପଶୁଙ୍କ ପାଇଁ ତ୍ୱରିତ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା, ଆବଶ୍ୟକ ଡାକ୍ତର, କର୍ମଚାରୀ, ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇଦେବା,ବର୍ଷା ଜନିତ ସମସ୍ୟାର ତୁରନ୍ତ ସମାଧାନ କରିବା ଆଦି ଏକ ପ୍ରେସ ବିବୃତିରେ ଉପସ୍ଥାପନ କରି
ପଶୁସମ୍ପଦର ସୁରକ୍ଷା ମଧ୍ୟ ପ୍ରଶାସନର ଦାୟିତ୍ୱ ବୋଲି ଜିଲ୍ଲା ପ୍ରଶାସନ ମନେ ରଖିବା ଦରକାର ତେଣୁ ଏହି ସମସ୍ୟାକୁ ଅବହେଳା ନକରି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଶ୍ରୀ ତରାଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି l

