ପରକୀୟା ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ! ପତ୍ନୀଙ୍କ ଭୂମିକା ନେଇ ପରିବାରର ଅଭିଯୋଗ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 25, 2026108 views

ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ହାଣ୍ଡିଧୂଆଁ କଲିୟରୀ ଥାନା ଅଧୀନ ଡେରା ଅଞ୍ଚଳରେ ସୁଧୀର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ସୁଧୀରଙ୍କ ମୂଳ ଘର ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବୋଲି ଜଣାପଡ଼ିଛି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ସୂଚନା ମିଳିଛି।
ସୁଧୀରଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ସନ୍ଦେହ ପ୍ରକାଶ କରାଯାଇଛି। ବିଶେଷକରି ତାଙ୍କ ପତ୍ନୀଙ୍କ ଭୂମିକାକୁ ନେଇ ପରିବାର ଅଭିଯୋଗ ଆଣିଛି। ଅନ୍ୟ ଜଣେ ପୁରୁଷଙ୍କ ସହ କଥିତ ସମ୍ପର୍କକୁ କେନ୍ଦ୍ର କରି ଘଟଣା ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି।
ତେବେ ପରିବାର ପକ୍ଷରୁ ଆଣାଯାଇଥିବା ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
