--:--:--
-- ---
Srishti News

ତାଳଚେରରେ ହେରୋଇନ୍ ଜବତ: ମହିଳାଙ୍କ ସମେତ ୨ ଗିରଫ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 25, 202663 views
ତାଳଚେରରେ ହେରୋଇନ୍ ଜବତ: ମହିଳାଙ୍କ ସମେତ ୨ ଗିରଫ
ତାଳଚେର: ତାଳଚେର ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ଚଢ଼ାଉ କରାଯାଇ ଦୁଇଜଣଙ୍କୁ ଗିରଫ କରାଯିବା ସହ ୪୯ ଗ୍ରାମ ହେରୋଇନ୍ ଓ ନଗଦ ୪୪ ହଜାର ୭ଶହ ଟଙ୍କା ଜବତ କରାଯାଇଛି। ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଗତକାଲି ଗୁପ୍ତ ସୂତ୍ରରୁ ଖବର ପାଇ ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିକ୍ରମପୁର ଥାନା ଅନ୍ତର୍ଗତ ତେଟୁଂଲେଇ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପ୍ରୀତିମୟୀ ଦାଶ (୪୨)ଙ୍କ ନିକଟରୁ ୨୭ ଗ୍ରାମ ହେରୋଇନ୍ ସହ ନଗଦ ୪୦ ହଜାର ୨ଶହ ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଳଚେର ଅବକାରୀ ବିଭାଗର ଅଧୀକ୍ଷକ ଧୀରେନ୍ ବେହେରାଙ୍କ ନେତୃତ୍ୱରେ ଏସ୍‌ଆଇ ରଣଜିତ୍ ପାତ୍ର, ସରୋଜ ସାହୁ, ପାପୁନ ପ୍ରଧାନ ଓ ଗୌରୀ ଓରାମ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ସେହିପରି ଆଜି ତେଟୁଂଲେଇ ଗ୍ରାମରେ ପୁନର୍ବାର ଚଢ଼ାଉ କରାଯାଇ ୨୨ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଏହି ଘଟଣାରେ ଅନୁଗୋଳ ଥାନା ଅନ୍ତର୍ଗତ ଘୁଂଚାପାଳ ଗ୍ରାମର ରାକେଶ ନାଏକ (୨୪)ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ନଗଦ ୪ ହଜାର ୫ଶହ ଟଙ୍କା ମଧ୍ୟ ଜବତ କରାଯାଇଛି। ଅନୁଗୋଳ ଅବକାରୀ ସୁପରିଟେଣ୍ଡେଣ୍ଟ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ ତେଟୁଂଲେଇ ଛକରେ ଚଢ଼ାଉ କରିଥିଲେ। ଉଭୟ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।