--:--:--
-- ---
Srishti News

ମା’ କନକଦୁର୍ଗାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଅଭିମନ୍ୟୁ ସାହୁ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳSeptember 25, 202671 views
ମା’ କନକଦୁର୍ଗାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ତଳମୂଳ ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖର ଓ ମା’ କନକଦୁର୍ଗାଙ୍କ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଧାର୍ମିକ ଉତ୍ସବରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଯୋଗଦେଇ ବାବା ଚନ୍ଦ୍ରଶେଖର ଓ ମା’ କନକଦୁର୍ଗାଙ୍କ ଦର୍ଶନ କରିଥିଲେ। ଏହାସହ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।