--:--:--
-- ---
Srishti News

ଖରସ୍ରୋତା ନଦୀ ସେତୁରୁ ଡେଇଁ ପଡ଼ିଲେ ଅଜଣା ମହିଳା, ଖୋଜାଖୋଜି ଜାରି

Jajpur (ଯାଜପୁର)ବିଞ୍ଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟSeptember 25, 20268 views
ଖରସ୍ରୋତା ନଦୀ ସେତୁରୁ ଡେଇଁ ପଡ଼ିଲେ ଅଜଣା ମହିଳା, ଖୋଜାଖୋଜି ଜାରି
ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ବିଞ୍ଝାରପୁର-ବରୀ ରାସ୍ତାର ଖରସ୍ରୋତା ନଦୀ ସେତୁ ଉପରୁ ଜଣେ ଅଜଣା ମହିଳା ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳା ଜଣକ ନିଖୋଜ ଥିବା ଜଣାପଡ଼ିଛି। ସୂଚନା ପାଇ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି। ନଦୀର ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ନିଖୋଜ ମହିଳାଙ୍କ ପରିଚୟ ସମ୍ପର୍କରେ ଏଯାବତ୍‌ କୌଣସି ସଠିକ୍‌ ସୂଚନା ମିଳିପାରିନାହିଁ। ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା ଏବଂ ମହିଳା ଜଣକ କିଏ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ନିଖୋଜ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଅଭିଯାନ ଜାରି ରହିଛି।