ସର୍ବୋଚ୍ଚ ସ୍ତରରେ ଜଳଭଣ୍ଡାର, ରେକର୍ଡ ବିଦ୍ୟୁତ୍ ଉତ୍ପାଦନ
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟSeptember 24, 20269 views

ଜୟପାଟଣା- ବିଗତ ଦିନର ଲଗାଣ ବର୍ଷା ଓ ଲଘୁ ଚାପ ବର୍ଷାକୁ ଦୃଷ୍ଟିରେ ରଖ୍ ଇନ୍ଦ୍ରାବତୀ କର୍ତ୍ତୃ ପକ୍ଷ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ଇନ୍ଦ୍ରାବତୀ ନଦୀ ଗର୍ଭକୁ ପାଣି ଛାଡ଼ିଛନ୍ତି। ବର୍ତ୍ତମାନ ବିଦ୍ୟୁତ୍ ଉତ୍ପାଦନ ମଧ୍ଯ ସର୍ବୋଚ୍ଚ ସୀମାକୁ ଲଂଘି ୬୦୩ମେଗାୱାଟ ଉତ୍ପାଦନ ହେଉଥିବା ଜଣାପଡ଼ି ଛି। ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଜଳଭଣ୍ଡାର ସର୍ବୋଚ୍ଚ ସୀମା ୬୪୨ମିଟର ରହିଥିବାବେଳେ ଗତ ମଙ୍ଗଳବାର ଦିନ ଜଳସ୍ତର ୬୪୦.୨୦୦ ମିଟରରେ ପହଞ୍ଚିଛି। ଫଳରେ ମୁଖ୍ୟ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ପ୍ରତି ସେକେଣ୍ଡରେ ୭୨ଘନ ମିଟର ପାଣି ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ାଯାଇଛି। ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖ୍ ଏଭଳି ପ୍ରତିରକ୍ଷା ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ମୁଖ୍ୟଯନ୍ତ୍ରୀ ପ୍ରକାଶକରିଛନ୍ତି। ଏଥି ସହିତ ମୁଖିଗୁଡ଼ା ସ୍ଥିତ ଶକ୍ତିଗୃହରୁ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ସର୍ବୋଚ୍ଚ ସୀମାକୁ ଅତିକ୍ରମ କରି ୬୦୩ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରାଯାଉଥିବା ତଥ୍ୟ ସାମ୍ନାକୁ ଆସିଛି। ନଦୀଗର୍ଭକୁ ପାଣି ଛଡ଼ାଯିବା ସମୟରେ ସମସ୍ତ ନବରଙ୍ଗପୁର ଜିଲ୍ଲାର ତଳି ଅଞ୍ଚଳକୁ ସତର୍କ ସୂଚନା ଦିଆଯାଇଥୁବ ଥୁବା ପ୍ରକାଶ। ବର୍ଷାର ପରିମାଣ ଅଧିକ ହେଲେ ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଅଧିକ ପାଣି ଛଡ଼ାଯିବା ର ସମ୍ଭାବନା ରହିଛି।

