ଲଗାତାର ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ସାହାପୁର ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଲେ ଅନେକ ପରିବାର
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର: ସ୍ଵତନ୍ତ୍ର ପ୍ରତିନିଧିSeptember 24, 20266 views

ଆସିକା (ଖାରିଆ): ଅଞ୍ଚଳରେ ଲାଗି ରହିଥିବା ଲଗାତାର ତୁହାକୁ ତୁହା ବର୍ଷା ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ବିପନ୍ନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖାରିଆ ପଞ୍ଚାୟତ ଅଧୀନରେ ଥିବା ସାହାପୁର ବାତ୍ୟା ଆଶ୍ରୟସ୍ଥଳୀରେ ଅନେକ ପ୍ରଭାବିତ ପରିବାରଙ୍କୁ ଆଶ୍ରୟ ଦିଆଯାଇଛି।
ବିଶେଷ କରି ପଞ୍ଚାୟତରେ ରହୁଥିବା କଚ୍ଚା ଘରର ପରିବାରଗୁଡ଼ିକର ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ସେମାନଙ୍କୁ ନିରାପଦରେ ଆଶ୍ରୟସ୍ଥଳୀକୁ ଅଣାଯିବା ସହ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ଏହି ସଙ୍କଟ ସମୟରେ ସମାଜସେବୀ ଭଗବାନ ଆଗକୁ ଆସି ସମସ୍ତ ବ୍ୟବସ୍ଥା ଓ ଦାୟିତ୍ୱ ନିଜେ ବହନ କରିଛନ୍ତି। ବର୍ଷାଜନିତ ସମସ୍ୟା ସମୟରେ ସେ ଲୋକଙ୍କ ସୁଖ-ଦୁଃଖରେ ସାମିଲ ହୋଇ ସହଯୋଗର ହାତ ବଢ଼ାଇଥିବା ଦୃଶ୍ୟ ସାହାପୁର ବାତ୍ୟା ଆଶ୍ରୟସ୍ଥଳୀରେ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସମାଜସେବୀଙ୍କ ଏଭଳି ମାନବିକତାର ଭୂୟସୀ ପ୍ରଶଂସା କରିଛନ୍ତି।
