ହ୍ୱିଲଚେୟାର ଓ ଆର୍ଥିକ ସହାୟତା ଦେଇ ମାନବ ସେବାର ଉଦାହରଣ ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳSeptember 24, 202663 views

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମର ଭଜମନ ନାଏକଙ୍କ ୮ ବର୍ଷୀୟ ଝିଅ ମାନିନୀ ନାଏକ ଜନ୍ମରୁ ଶାରୀରିକ ଅକ୍ଷମତାର ଶିକାର ହୋଇ ଚଳାଚଳ କରିବାରେ ଅସମର୍ଥ ହୋଇ ଘରେ ରହୁଥିଲେ। ତାଙ୍କ ସମ୍ପର୍କରେ ଖବର ପାଇବା ପରେ ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ମାନିନୀଙ୍କ ଘରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି।
ଅଭିମନ୍ୟୁ ସାହୁ ନିଜସ୍ୱ ଖର୍ଚ୍ଚରେ ମାନିନୀଙ୍କୁ ଏକ ହ୍ୱିଲଚେୟାର ପ୍ରଦାନ କରିବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଏହା ଫଳରେ ମାନିନୀଙ୍କ ଦୈନନ୍ଦିନ ଚଳାଚଳରେ କିଛିଟା ସୁବିଧା ହେବା ସହ ପରିବାର ମଧ୍ୟ ଆଶ୍ୱସ୍ତ ହୋଇଛି।
ଏଭଳି ମାନବିକତା ଓ ସେବାମୂଳକ ପଦକ୍ଷେପ ପାଇଁ ତୁଳସୀପାଳ ଗ୍ରାମବାସୀ ସମାଜସେବୀ ଅଭିମନ୍ୟୁ ସାହୁଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଜନସେବା ଜାରି ରଖିବାକୁ ଶୁଭେଚ୍ଛା ଜଣାଇଛନ୍ତି।
