ନାଲକୋରେ ଅସ୍ଥାୟୀ ଦୋକାନ ଉପରେ ଭାଙ୍ଗିପଡ଼ିଲା ବିଶାଳ ଗଛ, ଅଳ୍ପକେ ବର୍ତ୍ତିଲେ ଦୋକାନୀ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳSeptember 24, 202650 views

ବଅଁରପାଳ: ନାଲକୋ ଅଞ୍ଚଳରେ ବିଶ୍ୱକର୍ମା ପୂଜା ଅବସରରେ ନିର୍ମିତ ଏକ ଅସ୍ଥାୟୀ ଦୋକାନ ଉପରେ ହଠାତ୍ ଏକ ବିଶାଳ ଗଛ ଭାଙ୍ଗିପଡ଼ିବାରୁ ଆତଙ୍କ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଆଜି ବିଶ୍ୱକର୍ମା ପୂଜାର ଶେଷ ଦିନ ଥିବାରୁ ଦୋକାନୀମାନେ ଦୋକାନର ସାମଗ୍ରୀ ବାନ୍ଧି ଘରକୁ ଫେରିବା ପାଇଁ ପ୍ରସ୍ତୁତି କରୁଥିଲେ। ଏହି ସମୟରେ ହଠାତ୍ ଏକ ବିଶାଳ ଗଛ ଦୋକାନ ଉପରେ ଭାଙ୍ଗିପଡ଼ିଥିଲା।
ତେବେ ସୌଭାଗ୍ୟବଶତଃ ଘଟଣାରେ କୌଣସି ବ୍ୟକ୍ତି ଆହତ କିମ୍ବା କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ଘଟଣା ପରେ ସେଠାରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।
