ବଅଁରପାଳ ହସ୍ପିଟାଲରେ ଅଗ୍ନିକାଣ୍ଡ, ଜଳିଗଲା ଡିଜିଟାଲ୍ ବ୍ଲଡ୍ ଟେଷ୍ଟିଂ ମେସିନ୍
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳSeptember 24, 202665 views

ବଅଁରପାଳ: ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ ସଟ୍ ସର୍କିଟ୍ ଯୋଗୁଁ ଏକ ରୁମ୍ରେ ନିଆଁ ଲାଗିଥିଲା। ଏଥିରେ ଡିଜିଟାଲ୍ ବ୍ଲଡ୍ ଟେଷ୍ଟିଂ ମେସିନ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳି କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୨୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି।
ଖବର ପାଇ ବଅଁରପାଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରାତି ସମୟରେ ଘଟଣା ଘଟିଥିବାରୁ ରୁମ୍ରେ କେହି ନଥିଲେ। ଫଳରେ କୌଣସି ଜୀବନହାନି ହୋଇନାହିଁ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ନେଇ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ଅଗ୍ନିକାଣ୍ଡ ଯୋଗୁଁ ହସ୍ପିଟାଲର ଚିକିତ୍ସା ଓ ପରୀକ୍ଷା ସେବା ଉପରେ କେତେ ପ୍ରଭାବ ପଡ଼ିଛି, ତାହା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ବଅଁରପାଳ ବ୍ଲକ୍ର ଅଧିକାଂଶ ଗ୍ରାମର ଲୋକେ ଚିକିତ୍ସା ପାଇଁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ତେଣୁ ହସ୍ପିଟାଲର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ନଷ୍ଟ ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
