ମହିଳାଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ ଅଭିଯୋଗ, ୨ ମହିଳା ଗିରଫ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 24, 202651 views

ଖୋର୍ଦ୍ଧା: ଜଟଣୀ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ାଉ କରାଯାଇଛି। ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଙ୍ଗାପଡ଼ା ଓ ପିତାପଲ୍ଲୀ ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।
ଏହି ଘଟଣାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ଓ ମାମଲା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
