--:--:--
-- ---
Srishti News

କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ୟୁଟ୍ୟୁବ୍‌ରେ ଉନ୍ନତ ଛେଳି ପାଳନ ତାଲିମ

Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡSeptember 24, 202636 views
କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ୟୁଟ୍ୟୁବ୍‌ରେ ଉନ୍ନତ ଛେଳି ପାଳନ ତାଲିମ
କର୍ତ୍ତଵ୍ୟ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ଭବାନୀ ପାଟଣା, ଆର୍ ଆର୍ ଟି ଟି ଏସ ଠାରେ ସ୍ଥାନୀୟ ଅଞ୍ଚଳର ଛେଳିଚାଷୀ ଓ ଯୁବ ଉଦ୍ୟୋଗୀମାନଙ୍କୁ ଉନ୍ନତ ପ୍ରଣାଳୀରେ ଛେଳି ପାଳନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୟୁଟ୍ୟୁବ୍ ମାଧ୍ୟମରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତାଲିମ ଦାତା ଭାବେ ଡକ୍ଟର ପରାଗ ଆଚାର୍ଯ୍ୟ ପ୍ରାଣୀ ପାଳନ ବିଶେଷଜ୍ଞ ଆର୍ ଆର୍ ଟି ଟି ଏସ ଉପସ୍ଥିତ ରହି ଛେଳି ପାଇଁ ଉପଯୁକ୍ତ ଗୁହାଳ ନିର୍ମାଣ, ଉନ୍ନତ ପ୍ରଜାତି ଚୟନ, ସନ୍ତୁଳିତ ଖାଦ୍ୟ, ପରିଷ୍କାର-ପରିଚ୍ଛନ୍ନତା, ଟିକାକରଣ ଓ ରୋଗ ନିୟନ୍ତ୍ରଣ ଆଦି ଆଲୋଚନା ସହ ଛେଳି ପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଯୁବକ-ଯୁବତୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ, ଚାଷୀମାନେ କିପରି ବୈଜ୍ଞାନିକ ପଦ୍ଧତି ଆପଣାଇ ଉତ୍ପାଦନ ଓ ଆୟ ବୃଦ୍ଧି କରିପାରିବେ, ସେ ସମ୍ପର୍କରେ ମଧ୍ୟ ବିଶେଷଜ୍ଞ ମତ ରଖିଥିଲେ। ୟୁଟ୍ୟୁବ୍ ଭଳି ଡିଜିଟାଲ ମାଧ୍ୟମରେ ଏଭଳି ଜ୍ଞାନଭିତ୍ତିକ ଆଲୋଚନା ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ପ୍ରକାଶ ପାଇଛି।