--:--:--
-- ---
Srishti News

ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନାର ଗଭୀର ଶୋକ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବନ୍ତଳା ,ଅନୁଗୋଳSeptember 23, 202686 views
ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନାର ଗଭୀର ଶୋକ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଖାଲଙ୍ଗା ଗ୍ରାମର ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନା ପରିବାର ପକ୍ଷରୁ ଗଭୀର ଶୋକ ଓ ସମବେଦନା ପ୍ରକାଶ କରାଯାଇଛି। ସତ୍ୟଜିତଙ୍କ ଅକାଳ ବିୟୋଗର ଖବର ଲୁଲୁ ସେନା ପରିବାରକୁ ମର୍ମାହତ କରିଛି। ଏହି ଦୁଃଖଦ ସମୟରେ ଲୁଲୁ ସେନା ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି। ପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ଶୋକାକୁଳ ପରିବାରକୁ ଏହି କଠିନ ସମୟରେ ଧୈର୍ଯ୍ୟ ଓ ମନୋବଳ ପ୍ରଦାନ କରନ୍ତୁ ବୋଲି ଲୁଲୁ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି। ସତ୍ୟଜିତ ସାହୁଙ୍କ ପ୍ରତି ଲୁଲୁ ସେନା ପରିବାର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।