--:--:--
-- ---
Srishti News

ଆଗକୁ ପାର୍ବଣ, ନୂଆଗାଁ ଶୋଚନୀୟ ରାସ୍ତା କୁ ଚିନ୍ତା : ବିପଦପୂର୍ଣ୍ଣ ମୁଖ୍ୟ ରାସ୍ତା, ନିଘୋଡ ନିଦରେ ପ୍ରଶାସନ

Rourkela (ରାଉରକେଲା)Report: Ganapati DasSeptember 23, 202667 views
ଆଗକୁ ପାର୍ବଣ, ନୂଆଗାଁ ଶୋଚନୀୟ ରାସ୍ତା କୁ ଚିନ୍ତା : ବିପଦପୂର୍ଣ୍ଣ ମୁଖ୍ୟ ରାସ୍ତା, ନିଘୋଡ ନିଦରେ ପ୍ରଶାସନ
ହାତୀବାରୀ- 22.9.26- କୌଣସି ବ୍ୟସ୍ତ ବହୁଳ ରାସ୍ତା ଶୋଚନୀୟ ହୋଇପଡ଼ିବା ଏବଂ ଉକ୍ତ ରାସ୍ତା ଉପରେ କିଛି ନା କିଛି ଦୁର୍ଘଟଣା ଘଟି ଥିବା ନିଶ୍ଚିତ ଭାବେ କ୍ଷୋଭ ର ବିଷୟ. ତେବେ ଜନତାଙ୍କ ଅଭିଯୋଗ ସତ୍ତ୍ୱେ ଗ୍ରାମର ଉନ୍ନୟନ ବିଭାଗ ହେଉ କିମ୍ବା ପୂର୍ତ୍ତ ବିଭାଗ ର କେହି ଶୁଣିବାକୁ ନାରାଜ ା ଗୋଟିଏ ପଟେ ବିପଦ ପୂର୍ଣ୍ଣ ବା ଶୋଚନୀୟ ରାସ୍ତା କୁ ନେଇ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟି ମୁଣ୍ଡ ଗଡୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସାଙ୍ଗକୁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ନିଘୋଡ ନିଦରେ ଶୋଇ ରହିବା ନୂଆଗାଁ ବାସୀଙ୍କୁ ବ୍ୟଥିତ କରିଛି. ଗୋଟିଏ ନୂହେଁ ଦୁଇ ଦୁଇଟି ମୁଖ୍ୟ ରାସ୍ତା ମରଣ ଯନ୍ତା ପଲଟିଛି. ଗୋଟିଏ ରାସ୍ତା ହେଲା ମିଟକୁନ୍ଦରି -ଖୁଣ୍ଟ ଗାଁ ରାସ୍ତା ଏବଂ ଅନ୍ୟ ଟି ହେଲା ମଣ୍ଡପ- ବାରିଲେ ପଟା ରାସ୍ତା ଉଭୟ ରାସ୍ତା ବର୍ତ୍ତମାନ ସ୍ଥିତିରେ ପୂର୍ତ୍ତ ବିଭାଗ ଅଧୀନରେ ଅଛି. କିଛି ବର୍ଷ ପୂର୍ବେ ଉଭୟ ରାସ୍ତା ଦ୍ୱୟ ଗ୍ରାମ ଉନ୍ନୟନ ବିଭାଗ ରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହୋଇଛି. ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦବେଗ ଜନକ କଥା ହେଲା ମିଟ୍ କୁନ୍ଦୁରି- ଖୁଟୁ ଗାଓଁ ପ୍ରାୟ 10 କିଲୋମିଟର ରାସ୍ତା ପ୍ରାୟ ଦେଢ ବର୍ଷ ତଳେ ନିର୍ମାଣ ହୋଇଛି. ହେଲେ ଏହି ରାସ୍ତା ର ମଝି ମଝି ରେ ପ୍ରାୟ 1800 ମିଟର ରାସ୍ତା ସ୍ଥାନୀୟ ଲୋକ ମାନଙ୍କ ଜମି ବିବାଦ ପାଇଁ ଅସମ୍ପୂର୍ଣ୍ଣ ରହିଛି. ଏହି 18 ସହ ମିଟର ସାଧାରଣ ଜନତା ପାଇଁ ସତେ ଯେମିତି ମୃତ୍ୟୁ ର ପଥ ସଦୃଶ ହୋଇଛି. ଏହି 18 ସହ ମିଟର ରାସ୍ତା ପାଇଁ ସ୍ତାନୀୟ ସରପଞ୍ଚ ଖୁଣ୍ଟଗାଁ ଙ୍କ ଠାରୁ ଆରମ୍ଭ କରି ଜିଲ୍ଳାପାଳ ପର୍ଯ୍ୟନ୍ତ ସବୁ ସ୍ତରରେ ସମାଧାନର ରାସ୍ତା ବାହାର କରିବା କୁ ଉଦ୍ୟମ ଆରମ୍ଭ ହୋଇ ଥିଲେ ହେଁ ତାହା ସମ୍ଭବ ହୋଇ ପାରୁ ନାହିଁ. କୁଆଡେ ଏହି 18 ସହ ମିଟର ଜମି ଉପରେ 68 ଜଣଙ୍କର ନାମରେ ଜମି ପଟ୍ଟା ରହିଛି. ତେବେ ସେହି 68 ଜନଙ୍କ ପଟା ଧାରୀ ମାନଙ୍କ ମଧ୍ୟରୁ କେବଳ ଜନେ ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଇଁ ସମାଧାନ ର ରାସ୍ତା ବାହରି ପାରୁ ନ ଥିବା କୁହାଯାଉଛି. କୁହାଯାଉଛି ଯେଉଁ ଲୋକ ମାନଙ୍କ ଜମି ଏହି ରାସ୍ତାରେ ଯାଉଛି ସେମାନଙ୍କ କ୍ଷତି ପୂରଣ ବାବଦକୁ ଟଙ୍କା ଆସିଯାଇଥି ବା ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି. ମାତ୍ର ରାଜସ୍ୱ ବିଭାଗ ପକ୍ଷରୁ ସେହି ଜନେ ବ୍ୟକ୍ତି ଙ୍କ ଜମି ବିବାଦକୁ ସମାଧାନ କରିବା ରେ ବିଳମ୍ବ ହେଉଥିବାରୁ ଲୋକମାନଙ୍କ କ୍ଷତି ପୂରଣ ମଧ୍ୟ ଦିଆ ଯାଇ ପାରୁ ନାହିଁ କି ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ. 68 ଜଣ ପଟା ଧାରି ଙ୍କ ମଧ୍ୟରୁ ସ୍ଵର୍ଗୀୟ ଲହରୁ ଖଡିଆ ଙ୍କ ଜମିକୁ ନେଇ ବିବାଦ ଦେଖା ଦେଇଛି. ତାଙ୍କର କୁଆଡେ ତହସିଲ କାର୍ଯ୍ୟାଳୟ ରେ କେଶ୍ ରେକର୍ଡ ମିଳୁ ନ ଥିବା କୁହାଯାଉଛି. ହେଲେ ଲହ ରୁ ଖଡିଆ ଖଜଣା ଦେଉଥିବା ସତ୍ତ୍ୱେ ବୀରମିତ୍ରପୁର ତହସିଲ କର୍ତ୍ତୃପକ୍ଷ ତାଙ୍କ କେଶ୍ ରେକର୍ଡ କେମିତି ପାଇ ପାରୁ ନାହାନ୍ତି ତାହା ଚିନ୍ତାର ବିଷୟ . ସେହିଭଳି ମଣ୍ଡପ- ବାରିଲେପଟା ରାସ୍ତା ପ୍ରାୟ ଏକ ବର୍ଷ ପୂର୍ବେ ଗ୍ରାମ ଉନ୍ନୟନ ବିଭାଗ ରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହୋଇଛି. ଏହି ରାସ୍ତା ଟି ମଣ୍ଡପ ଠାରୁ ଆରମ୍ଭ ହୋଇ ବାରିଲେପଟା ଦେଇ ନୂଆଗାଁ କୁ ସଂଯୋଗ କରିବ. ଏହି 15 କିଲୋମିଟର ରାସ୍ତା ପାଇଁ ନା ଟେଣ୍ଡର ହେଉଛି ନା ସାମୟିକ ଭାବେ ମରାମତି ହେଉଛି. ଏହି ରାସ୍ତା ଉପରେ ନୂଆଗାଁ ବ୍ଳକ ର 15 ଟି ପଞ୍ଚାୟତ ର 50 ହଜାର ଲୋକ ନିର୍ଭରଶିଳ. ସେହିଭଳି ବିଶ୍ରା ଥାନା ଅଧୀନରେ 10 ଟି ପଞ୍ଚାୟତ ରହୁଛି. କେବଳ ସେତିକି ନୁହେଁ ଏହି ରାସ୍ତା ଟି ବାରି ଲେପ୍ଟା- ସୋରଡ଼ା- ଲୋଆ ରାମ ଦେଇ ଝାରଖଣ୍ଡ ର ରାଞ୍ଚି କୁ ସଂଯୋଗ କରୁଛି. ପ୍ରତିଦିନ ଛାତ୍ରଛାତ୍ରୀ ମାନଙ୍କୁ ଆରମ୍ଭ କରି ଚାଷୀ ବ୍ୟବସାୟୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି. ହେଲେ ଦୁର୍ଭାଗ୍ୟ ର ବିଷୟ ପୂର୍ତ୍ତ ବିଭାଗ ଏ ପର୍ଯ୍ୟନ୍ତ ଏହି ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି. ନୂଆଗାଁ ବ୍ଳକ ଏକ ଉପାନ୍ତ ଆାଦିବାସୀ ବହୁଳ ଅଞ୍ଚଳ ପ୍ରତି ପ୍ରଶାସନ ର ସବୁ କ୍ଷେତ୍ରରେ ଅବହେଳାକୁ ସାଧାରଣରେ ସମାଲୋଚନା କରାଯାଉଛି.ଏହି ବିଷୟରେ ପୂର୍ତ୍ତ ବିଭାଗର ଏସ୍ ଡି ଓ ସନ୍ଦୀପ ସତପଥୀ ଙ୍କୁ ପଚାରିବାରୁ ସେ କହିଥିଲେ ଆମେ ପଞ୍ଚାୟତରେ ଏକ ଗ୍ରାମ ସଭା କରିଥିଲୁ କିନ୍ତୁ ବିଫଳ ହୋଇଛୁ,ସରକାର ଯାହା କରିବେ, ଗୋଟିଏ ଲୋକ ପାଇଁ ଜମି ଅଧିଗ୍ରହଣ ହୋଇପାରୁନାହିଁ. ଜମି ସମସ୍ୟାର ସମାଧାନ ହେଲେ ହିଁ ପୂର୍ତ୍ତ ବିଭାଗ କାମ କରିବ, ଏହା ଆମ ହାତରେ ନାହିଁ, ସେହିପରି ମଣ୍ଡପ-ବାରି ଲେପ୍ଟା ଟେଣ୍ଡର ପାଇଁ ସମୟ ଲାଗିବ, କିନ୍ତୁ ଆମେ ଯେତିକି ପାରିବା ବର୍ତ୍ତମାନ ମରାମତି କରିବାକୁ ଯୋଜନା କରିଛୁ ଆଗକୁ ରାସ୍ତାଟି ପୁରା ନୂଆ ହେବ I