--:--:--
-- ---
Srishti News

ଲଗାଣ ବର୍ଷାପରେ ଜି.ସି କଲେଜ ରେ ପାଣି

Jajpur (ଯାଜପୁର)ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟSeptember 23, 202613 views
ଲଗାଣ ବର୍ଷାପରେ ଜି.ସି କଲେଜ ରେ ପାଣି
ଯାଜପୁର ବରୀ: ଲଘୁଚାପ ପ୍ରଭାବରେ ତୁହାକୁ ତୁହା ପ୍ରବଳ ବର୍ଷା ହେବାସହ ବିଭିନ୍ନ ଖାଲୁଆ ସ୍ଥାନ ମାନଙ୍କରେ ପାଣି ଜମିରହିଛି ସେହିପରି ପ୍ରମୁଖ ଶିକ୍ଷାନୁଷ୍ଠାନ ଜି. ସି କଲେଜ ପରିସରରେ ବର୍ଷାଜଳ ଜମି ରହିଥିଲା ଫଳରେ ଛାତ୍ରଛାତ୍ରୀ ଓ କର୍ମଚାରି ମାନେ ପାଣିରେ ପଶି ଗତାଗତ କରିଥିଲେ କଲେଜ ପରିସରରୁ ବର୍ଷାଜଳ ନିଷ୍କାସିତ ହୋଇ ପାରୁନଥିବାରୁ ଏହା ଦୀର୍ଘଦିନ ଜମି ରହୁଚି ଯାହାଫଳରେ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହ କଲେଜ ପରିସରରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଛି