ମୁକୁଳା ପଡିଛି ଚନ୍ଦନପୁର ଘାଇ ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ
Jajpur (ଯାଜପୁର)ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟSeptember 23, 202615 views

ଯାଜପୁର ବରୀ: ବନ୍ୟାର ଏକ ମାସ ପରେ ବି ବ୍ରାହ୍ମଣୀ ନଦୀର ଚନ୍ଦନପୁର ଠାରେ ହୋଇଥିବା ଘାଇ ମୁକୁଳା ପଡିଛି । ଏହାକୁ ବନ୍ଧାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ବନ୍ଧ ନିର୍ମାଣ ସମୟରେ ନିମ୍ନମାନର ମାଟି ପକାଇ ବନ୍ଧ ବନ୍ଧା ଯାଇଥିବାରୁ ଗତ ବନ୍ୟାରେ ଏହି ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ୍ୟାରେ ଘାଇ ହେବା ଦ୍ୱାରା ବ୍ୟାପକ ଅଞ୍ଚଳରେ ଧାନ ଚାଷ ସହିତ ଅନ୍ୟାନ୍ୟ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ବନ୍ୟା ପରେ ଏହି ଘାଇକୁ ତୁରନ୍ତ ମରାମତି କରିବା ବଦଳରେ ବିଭାଗ କାହିଁକି ପଦକ୍ଷେପ ନେଇ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଲଘୁଚାପ ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏପରି ସ୍ଥଳେ ଯଦି ବ୍ରହ୍ମଣୀର ଉପର ମୁଣ୍ଡରେ ବର୍ଷା ହୋଇ ବନ୍ୟା ଆସେ ତେବେ ଏହି ଘାଇ ଦେଇ ବନ୍ୟା ଜଳ ପ୍ରବେଶ କଲେ ବ୍ୟାପକ ଅଞ୍ଚଳ ପୁଣି ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ବିଭାଗ ପକ୍ଷରୁ ଏହି ଘାଇ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି
ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ
