ଚିକିଟି ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ "ମାଁ ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 22, 202634 views

ଚିକିଟି : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ଚାଲିଥିବା ଏକମାସିଆ "ସେବା ସଂକଳ୍ପ ଅଭିଯାନ" ଅନ୍ତର୍ଗତ ଚିକିଟି ନିର୍ବାଚନ ମଣ୍ଡଳୀର କଳବାଡ଼ ପଞ୍ଚାୟତ ସ୍ଥିତ ବରାହୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆୟୋଜିତ "ମାଁ ପାଇଁ ଗଛଟିଏ" (ଏକ ପେଡ଼ ମାଁ କେ ନାମ) କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ବିଜେପିର ବହୁ ମାନ୍ୟଗଣ୍ୟ କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ଏଭଳି ଏକ ମହତ ସେବା କାର୍ଯ୍ୟ ଓ ପରିବେଶ ଅନୁକୂଳ ଅଭିଯାନ ମାଧ୍ୟମରେ ପାଳନ କରାଯାଇଥିବାରୁ କାର୍ଯ୍ୟକର୍ତ୍ତାମାନେ ନିଜକୁ ଧନ୍ୟ ମନେ କରିବା ସହ ଏହା ଆଗାମୀ ଦିନରେ ଅଞ୍ଚଳକୁ ସବୁଜ ସୁନ୍ଦର କରିବାରେ ବେଶ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ବିଶେଷ କରି ମାପାଇଁଗଛଟିଏ ଏବଂ ସେବାସଂକଳ୍ପଦିବସ ବାର୍ତ୍ତାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।
