--:--:--
-- ---
Srishti News

ଠିକାଦାରଙ୍କ ମନମୁଖି କାର୍ଯ୍ୟ ଅଭିଯୋଗରେ ଧାରଣାରେ ସଫେଇ କର୍ମଚାରୀ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 22, 202652 views
ଠିକାଦାରଙ୍କ ମନମୁଖି କାର୍ଯ୍ୟ ଅଭିଯୋଗରେ ଧାରଣାରେ ସଫେଇ କର୍ମଚାରୀ
ତାଳଚେର: ଠିକାଦାରଙ୍କ ମନମୁଖି କାର୍ଯ୍ୟ ଓ ଉଚିତ୍ ବେତନ ଦାବିରେ ଆଜି ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଠିକା ସଫେଇ କର୍ମଚାରୀ। କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ମେଡିକାଲର ସଫେଇ କାର୍ଯ୍ୟ ନେଇଥିବା ଜଣେ ଠିକାଦାର ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଉଚିତ୍ ବେତନ ପ୍ରଦାନ କରୁନାହାନ୍ତି। ବେତନ ବୃଦ୍ଧି ପାଇଁ ଦାବି କଲେ କାର୍ଯ୍ୟରୁ ବାହାର କରି ନୂତନ କର୍ମଚାରୀ ନିଯୁକ୍ତ କରିବାର ଧମକ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ କର୍ମଚାରୀମାନେ ମେଡିକାଲ ସମ୍ମୁଖରେ ଧାରଣାରେ ବସି ନିଜ ଦାବି ପୂରଣ ପାଇଁ ଦାବି ଜଣାଇଛନ୍ତି। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।