--:--:--
-- ---
Srishti News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଚାପାରେ ଯୁବକ ମୃତ, ରାସ୍ତା ଅବରୋଧ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଗୋତମରା ,ବଅଁରପାଳSeptember 22, 202685 views
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଚାପାରେ ଯୁବକ ମୃତ, ରାସ୍ତା ଅବରୋଧ
ବଅଁରପାଳ: ୧୪୯ ନମ୍ବର ଜାତୀୟ ରାଜପଥରେ ମା’ ବ୍ରହ୍ମାୟଣୀ ଢାବା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଚାପାରେ ଗୋତମରା ଗ୍ରାମର ସୁବଳ ନାୟକଙ୍କ ପୁଅ ଶ୍ରୀପତି ନାୟକ (୩୫)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଥିବା ଜଣାପଡ଼ିଛି। ଖବର ପାଇ ବଅଁରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରୟାସ ଜାରି ରଖିଛି।