ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ ୧୧୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ; ଚିକିଟି-ପାତ୍ରପୁରରେ ODRAF ମୁତୟନ
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀSeptember 22, 202655 views

ବ୍ରହ୍ମପୁର, ୨୨/୯: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାରେ ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।
ଭଞ୍ଜନଗର ଏବଂ ଚିକିଟି-ପାତ୍ରପୁର ଅଞ୍ଚଳରେ ୨ଟି ସ୍ୱତନ୍ତ୍ର ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମଧ୍ୟ ସକ୍ରିୟ ରହିଛି।
ଜିଲ୍ଲାପାଳ ଲୋକଙ୍କୁ ଅନାବଶ୍ୟକ ଯାତାୟାତ ନକରିବା ସହ ବଜ୍ରପାତ ଓ ପ୍ରବଳ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଚାଷୀମାନଙ୍କୁ ମଧ୍ୟ କିଛି ଦିନ କ୍ଷେତକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାତାୟାତ ବନ୍ଦ ରହିବ। ଏହି ସମୟରେ ବିକଳ୍ପ ରାସ୍ତା ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ଗୋପାଳପୁର ଓ ସୋନପୁର ସମୁଦ୍ରକୂଳ ୨୩ ଓ ୨୪ ତାରିଖରେ ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।
