ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ‘ସ୍ୱଚ୍ଛତା ଦୂତ’ ସମ୍ମାନ
Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତSeptember 22, 202615 views

ବୋଡେନ: ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଅଭିଯାନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ନାଗପଡ଼ା ଗ୍ରାମ ପଞ୍ଚାୟତଠାରେ ‘ପ୍ରବାସୀ ଶ୍ରମିକ ସଚେତନତା ଶିବିର’ ଆୟୋଜିତ ହୋଇଥିଲା।
ଏହି ଅବସରରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧୀ ଅଭିଯାନରେ ଅବଦାନ ପାଇଁ ଡମଝର ଗ୍ରାମ ପଞ୍ଚାୟତର ରାଜେଶ କୁମାର ବେହେରାଙ୍କୁ ‘ସ୍ୱଚ୍ଛତା ଦୂତ’ ସମ୍ମାନ ପ୍ରଦାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନ ପ୍ରଦାନ କରାଯାଇଥିଲା।
ସ୍ୱଚ୍ଛତା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଏବଂ ପରିବେଶ ସୁରକ୍ଷା ଦିଗରେ ଏଭଳି ପଦକ୍ଷେପ ଗ୍ରାମାଞ୍ଚଳରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା ପ୍ରକାଶ ପାଇଛି।
