ବରାଣସୀ–ଅଯୋଧ୍ୟା ଅଭିମୁଖେ ୧୦୯ ବରିଷ୍ଠ ନାଗରିକ, ତୀର୍ଥଯାତ୍ରାର ଶୁଭାରମ୍ଭ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା , ଅନୁଗୋଳSeptember 21, 202647 views

ଛେଣ୍ଡିପଦା: ସ୍ଥାନୀୟ ସଭାଘରଠାରେ ଆଜି ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଏହି ତୀର୍ଥଯାତ୍ରାକୁ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଛେଣ୍ଡିପଦା ଅଞ୍ଚଳର ୧୦୯ ଜଣ ବରିଷ୍ଠ ନାଗରିକ ବରାଣସୀ ଓ ଅଯୋଧ୍ୟା ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରାକୁ ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
