ରାହାସରେ ବିନାୟକ ପୂଜା କମିଟିର ଭସାଣି ଉତ୍ସବ ଧୁମଧାମରେ ସମାପିତ
Jajpur (ଯାଜପୁର)ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ରିପୋର୍ଟSeptember 21, 202628 views

ଯାଜପୁର, ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତର ରାହାସ ଗ୍ରାମରେ ବିନାୟକ ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଶ ପୂଜାର ଭସାଣି ଉତ୍ସବ ବହୁ ଆଡମ୍ବର ଓ ଉତ୍ସାହର ସହ ସମାପିତ ହୋଇଯାଇଛି।
ପୂଜା କମିଟିର ସଭାପତି, ସମ୍ପାଦକ ଓ ସକ୍ରିୟ ସଦସ୍ୟମାନଙ୍କ ସହଯୋଗରେ ଭଗବାନ ଶ୍ରୀଗଣେଶଙ୍କ ପୂଜା ଯଥାବିଧି ଓ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଥିଲା। ପୂଜା ଅବସରରେ ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ପୂଜାର ଶେଷ ପର୍ଯ୍ୟାୟରେ ଆଜି ଭସାଣି ଉତ୍ସବ ଆୟୋଜିତ ହୋଇଥିଲା। ବାଜା, ବାଣ ଓ ରୋଷଣିର ଆଲୋକମାଳା ମଧ୍ୟରେ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଏକ ଶୋଭାଯାତ୍ରାରେ ନେଇ ଭସାଣି କରାଯାଇଥିଲା। ଏହି ଅବସରରେ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା।
ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ସହଭାଗିତାରେ ଭସାଣି ଉତ୍ସବ ସୁରୁଖୁରୁରେ ସମାପିତ ହୋଇଥିଲା।
