ତାଳଚେରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅନୁଗୋଳ ଏସ୍ପି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 21, 202650 views

ତାଳଚେର: ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ଅନୁଗୋଳ ଆରକ୍ଷୀ ଅଧିକ୍ଷକ ତାଳଚେର ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା ଏବଂ ପୋଲିସ ଉପସ୍ଥିତିର ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ଏସ୍ପି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଗ୍ରହଣ କରିଥିଲେ। ଉତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।
ଉତ୍ସବକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବାରେ ସହଯୋଗ କରିଥିବାରୁ ଅନୁଗୋଳ ପୋଲିସ ପକ୍ଷରୁ ତାଳଚେରବାସୀଙ୍କୁ କୃତଜ୍ଞତା ଜଣାଯାଇଛି।
