--:--:--
-- ---
Srishti News

ତଳମୂଳରେ ‘ସେବା ସଂକଳ୍ପ’ ଅଭିଯାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳSeptember 21, 202639 views
ତଳମୂଳରେ ‘ସେବା ସଂକଳ୍ପ’ ଅଭିଯାନ
ବଅଁରପାଳ: ବଅଁରପାଳ ବ୍ଲକ ତଳମୂଳ ଗ୍ରାମ ପଞ୍ଚାୟତରେ ‘ସେବା ସଂକଳ୍ପ’ ଅଭିଯାନ ଅବସରରେ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ହୋଇଛି। ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମୀରା ଗଡ଼ନାୟକ ଯୋଗଦେଇ ଆବାସ ଯୋଜନାର ହିତାଧିକାରୀଙ୍କୁ ଘର ସମ୍ପର୍କିତ ସହାୟତା ପ୍ରଦାନ କରିଥିଲେ। ଏହାସହ ଆୟୋଜିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଶ୍ରୀମତୀ ଗଡ଼ନାୟକ ସ୍ଥାନୀୟ ମହିଳାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା, ସ୍ୱାବଲମ୍ବନ ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳବାସୀଙ୍କ ନିକଟରେ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।